ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଟ୍ରଷ୍ଟ୍ , ଖୋର୍ଦ୍ଧା ।

ତା ୨୭- ୧୧- ୨୧ ରିଖ , ଶନିବାର

 

     ଅଦ୍ୟ ନିଶିଗନ୍ଧା ସାହିତ୍ୟ ସ°ସଦ ତରଫରୁ ସଭାପତି ଶ୍ରୀ ଚକ୍ରଧର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ରାତି ୮ଘଟିକାରୁ ଘ ୯. ୩୦ ମି . ମଧ୍ୟରେ ଏକ ଆଭାସୀ  ଆଲୋଚନା ବୈଠକର ଆୟୋଜନ କରା ଯାଇଥିଲା ।

     ଏଥିରେ ପ୍ରାୟ ୧୫ ଜଣ ଭାଗ ନେଇ ନିଜ ନିଜର ମତାମତ ଦେଇଥିଲେ ।

 

     *ଆଲୋଚନାର ବିଷୟବସ୍ତୁ*

 

୧.କରୋନା ପରିବର୍ତ୍ତେ ପତ୍ରିକାର ନାମ -

*ନବବର୍ଷରେ ନିଶିଗନ୍ଧା- ୨୦୨୨* ରଖିବାକୁ ନିଷ୍ପତ୍ତି।

 

୨. ପତ୍ରିକା ପ୍ରକାଶନ,କ୍ୟାଲେଣ୍ଡର, ଫକୀରମୋହନଙ୍କ ଜୟନ୍ତୀ,ନବବର୍ଷ ପାଳନ,ନିଶିଗନ୍ଧା ପଞ୍ଜୀକରଣ ଦିବସ ପାଳନ ନିମନ୍ତେ ଆର୍ଥିକ ଅନୁଦାନ ସଂଗ୍ରହ ସମ୍ପର୍କରେ ଆଲୋଚନା।

 

୩. ନିଶିଗନ୍ଧା ଖବର ତଥା ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନ ନିମନ୍ତେ ନୂତନ କର୍ମକର୍ତ୍ତା ଚୟନ ସମ୍ପର୍କରେ ଆଲୋଚନା।

 

୪. ମାସିକ କବିତା ଆସର ଓ ସାହିତ୍ୟ ସମ୍ପର୍କୀୟ  ଆଲୋଚନା ଚକ୍ର

 

    ଆଲୋଚନା ଶେଷରେ ପ୍ରତିଷ୍ଠାତା ଶ୍ରୀ ବଳରାମ ତରାଇ ଉପସ୍ଥିତ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସଙ୍ଗେ ସଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ ।

    ରାତି ଘ ୯. ୩୦ ମି. ରେ ସଭାପତି ବୈଠକର ସମାପ୍ତି ଘୋଷଣା କରିଥିଲେ ।

 

 

 

ନିଶିଗନ୍ଧା ପରିଚାଳନା ସମିତି