ଓଡିଶାର ଥିଏଟର ଗ୍ରୁପ୍ "ରୂପକାର" ର ପ୍ରତିଷ୍ଠାତା ଅସୀମ ବସୁ ଜଣେ ସଫଳ ନିର୍ଦ୍ଦେଶକ, ଅଭିନେତା ଓ ମଞ୍ଚ ଡିଜାଇନର ଭାବେ ଖ୍ୟାତି ଅର୍ଜନ କରିଥିଲେ । ୧୯୩୫ ମସିହା ନଭେମ୍ବର ୩୦ ତାରିଖ ଆଜିର ଦିନରେ ବାଲେଶ୍ଵର ଜିଲ୍ଲାର ଭୋଗରାଈ ବ୍ଲକ ଅଧିନସ୍ଥ କାଖଡ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । କଲେଜ ଜୀବନରୁ ମଞ୍ଚ ଅଭିନୟ ଓ ନିର୍ଦ୍ଦେଶନା କ୍ଷେତ୍ରରେ ତାଙ୍କ ପ୍ରତିଭା ପ୍ରସ୍ଫୁଟିତ ହୋଇଥିଲା । ସେ ଦୁଇଶହରୁ ଉର୍ଦ୍ଧ ନାଟକରେ ନିର୍ଦ୍ଦେଶନା ଦେଇ ପ୍ରତିଷ୍ଠିତ ହେବା ସହ ଅନେକ ଗୁଡିଏ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ ସହ ନିର୍ଦ୍ଦେଶକ ଭାବେ କାର୍ଯ୍ୟକରି ସଫଳତା ହାସଲ କରିଛନ୍ତି । ୨୦୧୭ ମସିହା ଫେବୃଆରୀ ୧ ତାରିଖରେ ୮୧ ବର୍ଷ ବୟସରେ ସେ ମୃତ୍ୟୁବରଣ କରିଥିଲେ ।